ପୁରୁଣା ଡାଏରୀ ରୁ )>-<ପ୍ରଶ୍ନୋତ୍ତର>-<( ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଇଟି ଜିନିଷ ରେ ଛନ୍ଦି ହୋଇ ରହିଯାଏ ଗୋଟିଏ ପ୍ରଶ୍ନ ଅନ୍ୟଟି ଉତ୍ତର ।। ଅନେକ ପ୍ରଶ୍ନ ମନଭିତରକୁ ଆସେ କିଛି ପ୍ରଶ୍ନର ଉତ୍ତର ମିଳିଥାଏ ତ କିଛି ପ୍ରଶ୍ନର ଉତ୍ତର ସାରା ଜୀବନ ମିଳେନାହିଁ ।କିଛି ଏଭଳି ମଧ୍ୟ ପ୍ରଶ୍ନ ଆସିଥାଏ ଯେଉଁ ପ୍ରଶ୍ନର ଉତ୍ତର ପାଇଁ ସାରା ଜୀବନ ସାନ୍ତିରେ ମଣିଷ ନିଶ୍ୱାସ ବି ମାରି ପାରେନା । ସେହିପରି କିଛି ପ୍ରଶ୍ନୋତ୍ତର ଆଜି ଏହି ଗ୍ରୁପରେ ପୋଷ୍ଟ କରିବାର ଦୁଃସାହସ କରିଛି ଭୁଲ ଥିଲେ କ୍ଷମା କରିବେ ଓ ଭୁଲକୁ ସଜାଡିବାରେ ସାହାଯ୍ୟ କରିବେ 🙏🙏🙏 ( ମୂଳ ଲେଖା ସ୍ୱାମୀ ରାମସୁଖ୍ ଦାସ ହିନ୍ଦୀ ରେ ଜାହାକୁ ଓଡିଆରେ ଅନୁବାଦ କରିବାର ସୁଯୋଗ ପାଇଥିଲି ବହୁ ବର୍ଷ ପୂର୍ବରୁ) କିଛି ପ୍ରଶ୍ନୋତ୍ତର -: ପ୍ରଶ୍ନ-(୧) ଅବୀଦ୍ୟା ବ ଅଜ୍ଞାନ କାହାକୁ କୁହାଯାଏ ? ଉ- ବିପରୀତ ଅର୍ଥ ବୁଝିବା ,ଜାଣିବା, ବିପରୀତ ଅର୍ଥ ବାହାର କରି ଯୁକ୍ତି କରିବା ଏହାକୁ ଅଜ୍ଞାନ କୁହାଯାଏ। ପ୍ରଶ୍ନ -୨- ଅଜ୍ଞାନ ବା ଅବୀଦ୍ୟା ର କିଛି ଉଦାହରଣ? ଉ-ଜଡକୁ ଚେତନା ମାଗିବା,ଇଶ୍ୱରଙ୍କୁ ବିଶ୍ୱାସ ନକରିବା, ଅନ୍ଧାରରେ ରସି କୁ ସାପ ବୋଧ କରିବା ।ଏସବୁ ଅଜ୍ଞାନ ର ଉଦାହରଣ ପ୍ରଶ୍ନ-୩-ଜନ୍ମର ଅର୍ଥ କଣ? ଉ-ଶରୀରକୁ ଗ୍ରହଣ କରିବା ବା ଧାରଣ କରିବାର ଅର୍ଥ ଜନ୍ମ। ପ୍ରଶ୍ନ-୪- ଜନ୍ମ କାହାର ହୋଇଥାଏ ? ଉ-ଜନ୍ମ ଆତ୍ମାର ହୋଇଥାଏ। ପ୍ରଶ୍ନ-୫ -ମୃତ୍ୟୁ କାହାକୁ କୁହାଯାଏ? ଉ-ଆତ୍ମାକୁ ଶରୀର ଠାରୁ ଅଲଗା ହେବାକୁ ମୃତ୍ୟୁ କୁହାଯାଏ। ପ୍ରଶ୍ନ-୬-ଜନ୍ମ କାହିଁକି ହୋଇଥାଏ? ଉ-ପାପ ପୁଣ୍ୟର ଫଳ ଭୋଗିବା ପାଇଁ ଜନ୍ମ ହୋଇଥାଏ। ପ୍ରଶ୍ନ-୭-କଣ ଜନ୍ମ ମୃତ୍ୟୁ କୁ ରୋକାଯାଇପାରିବ? ଉ-ହଁ ଜନ୍ମ ମୃତ୍ୟୁ କୁ ରୋକାଯାଇପାରିବ। ପ୍ର-୮-ମୁକ୍ତି କାହାକୁ କୁହାଯାଏ? ଉ-ଜନ୍ମମୃତ୍ୟୁ ଚକ୍ରରୁ ମୁକୁଳି ଯିବା ବା ଛାଡ ପାଇଯିବାକୁ ମୁକ୍ତି କୁହାଯାଏ। ପ୍ର-୯- ମୁକ୍ତି କାହାର ହୋଇଥାଏ ଆତ୍ମାର ନା ଶରୀର ର? ଉ- ମୁକ୍ତି ଆତ୍ମାର ହୋଇଥାଏ। ପ୍ର-୧୦-ମୁକ୍ତି ପାଇବାପରେ ଆତ୍ମା କେଉଁଠି ରହିଥାଏ? ଉ-ମୁକ୍ତି ପାଇବା ପରେ ଆତ୍ମା ଈଶ୍ୱରଙ୍କ ଠାରେ ରହିଥାଏ। ପ୍ର-୧୧-କଣ ମୁକ୍ତି ପରେ ଆତ୍ମା ଈଶ୍ୱରଙ୍କ ଠାରେ ମିଶିଯାଏ? ଉ- ହଁ ପ୍ର-୧୨- ମୁକ୍ତିରେ ସୁଖ ମିଳେ ନା ଦୁଃଖ? ଉ-ମୁକ୍ତିରେ କୌଣସି ପ୍ରକାର ଦୁଃଖ ନଥାଏ ସେଠିତ କେବଳ ଈଶ୍ୱରଙ୍କ ଅନୁଭୂତିର ଆନନ୍ଦ ଥାଏ। ପ୍ର-୧୩- ମୁକ୍ତି କିଭଳି ପ୍ରାପ୍ତ ହୋଇଥାଏ? ଉ- ସତ୍ୟ, ସଂଯମ, ବିଦ୍ୟା ପ୍ରାପ୍ତି,ଧର୍ମାଚରଣ ଓ ଆତ୍ମା ଦର୍ଶନ ଦ୍ୱାରା ମୁକ୍ତି ପ୍ରାପ୍ତ ହୋଇଥାଏ। ପ୍ର-୧୪-ଶରୀର କେତେ ପ୍ରକାରର ହୋଇଥାଏ? ଉ-ଶରୀର ୩ ପ୍ରକାରର ହୋଇଥାଏ ଯଥା- (୧)ସ୍ଥୁଳ ଶରୀର ,(୨)ସୁକ୍ଷ୍ମ ଶରୀର ଓ (୩)କାରକ ଶରୀର। ପ୍ର-୧୫- ସ୍ଥୂଳ ଶରୀର କେତେ ପ୍ରକାର ତତ୍ତ୍ୱ ରେ ନିର୍ମିତ? ଉ- ସ୍ଥୂଳ ଶରୀର ପୃଥିବୀ, ଜଳ,ଅଗ୍ନୀ ,ବାୟୁ ଓ ଆକାଶ ମିଶିକରି ହୋଇଥାଏ। ପ୍ର-୧୬ ସୂକ୍ଷ୍ମ ଶରୀର କାହାକୁ କୁହାଯାଏ? ଉ- ମନ, ବୁଧ୍ୟି, ସୁକ୍ଷ୍ମ ଇନ୍ଦ୍ରିୟ ଇତ୍ୟାଦି ୧୮ ପ୍ରକାରର ପଦାର୍ଥ କୁ ସୁକ୍ଷ୍ମ ଶରୀର କୁହାଯାଏ। ପ୍ର-୧୭-ବିଦ୍ୟା ପ୍ରାପ୍ତି କେତେ ପ୍ରକାରର ଓ ସେସବୁ କଣ? ଉ-ବିଦ୍ୟା ପ୍ରାପ୍ତି ୪ ପ୍ରକାର ଯଥା (୧) ଶ୍ରବଣ, (୨) ମନନ, (୩) ନିବିଧ୍ୟାସନ ଏବଂ (୪)ସାକ୍ଷାତକାର୍ ବିଦ୍ୟା ପ୍ରାପ୍ତି ର ୪ ଗୋଟି ଉପାୟ। ଶ୍ରବଣ ଧ୍ୟାନ ଦେଇ ଶୁଣିବା ,ମନନ ଶୁଣିବା ପରେ ଏକାନ୍ତରେ ବସି ବିଚାର କରିବା ,ନିବିଧ୍ୟାସନ ବିବେଚନା କରିବା, ସାକ୍ଷାତକାର ସଠିକ ଜ୍ଞାନକୁ ପ୍ରାପ୍ତ କରିନେବା । ପ୍ର-୧୮- ଜନ୍ମ ଏକ ନା ଅନେକ? ଉ-ଜନ୍ମ ଅନେକ ହୋଇଥାଏ। ପ୍ର-୧୯-ପୂର୍ବଜନ୍ମ କଥା ମନେ ରହେନାହିଁ କାହିଁକି? ଉ-ଆତ୍ମାର ଜ୍ଞାନ ସାମର୍ଥକ ନହେବାରୁ ପୂର୍ବଜନ୍ମ କଥା ମନେ ରହେନାହିଁ। ପ୍ର-୨୦-ଆତ୍ମା ଏକ ନା ଅନେକ? ଉ-ଆତ୍ମା ଅନେକ। ପ୍ର-୨୧-ମନୁଷ୍ୟ ,ପଶୁ, ପକ୍ଷୀ ଆଦି ଶରୀର ରେ ଆତ୍ମା କଣ ସମାନ ଭାବରେ ରହିଥାଏ? ଉ-ହଁ ସବୁ ଶରୀର ରେ ଆତ୍ମା ସମାନ ଭାବରେ ରହିଥାଏ। ପ୍ର-୨୨-ଆତ୍ମାକୁ ଭିନ୍ନ ଭିନ୍ନ ଶରୀର କାହିଁକି ମିଳିଥାଏ? ଉ-ପାପ ନିଜର ପାପ ପୁଣ୍ୟ ରୂପୀ କର୍ମ ହେତୁ ବା କାରଣ ହେତୁ ଆତ୍ମା କୁ ଭିନ୍ନ ଭିନ୍ନ ଶରୀର ମିଳିଥାଏ। ପ୍ର-୨୩- ପଶୁ ପକ୍ଷୀ ଶରୀର କେବେ ମିଳିଥାଏ? ଉ-ପାପ କର୍ମ ହେତୁ ପଶୁ ପକ୍ଷୀ ଶରୀର ମିଳିଥାଏ। ପ୍ର-୨୪-କେତେ ଜନ୍ମ ପରେ ମୁକ୍ତି ମିଳିଥାଏ? ଉ- ଅନେକ ଜନ୍ମ ପରେ ମୁକ୍ତି ମିଳିଥାଏ ଅର୍ଥାତ୍ ମନୁଷ୍ୟ ଜନ୍ମରେ ମୁକ୍ତି ମିଳିଥାଏ। ପ୍ର-୨୫-ସ୍ୱର୍ଗ କାହାକୁ କୁହାଯାଏ? ଉ-ସାଂସାରିକ ସୁଖ ସୁବିଧା ରୁ ବାହାରି ଈଶ୍ୱରଙ୍କ ସହ ସଂବଧକୁ ସ୍ୱର୍ଗ କୁହାଯାଏ। ପ୍ର-୨୬- କର୍ମ କେତେ ପ୍ରକାରର? ଉ- କର୍ମ ୪ ପ୍ରକାର ର ଯଥା (୧) ପୁଣ୍ୟ (୨)ପାପ (୩) ମିଶ୍ରିତ (୪) ନିଷ୍କାମ କର୍ମ। ପ୍ର-୨୭-କେଉଁ କର୍ମ କୁ ମିଶ୍ରିତ କର୍ମ କୁହାଯାଏ? ଉ- ଯେଉଁ କର୍ମ ରେ ପାପ ପୁଣ୍ୟ ମିଶିକରି ଥାଏ ତାକୁ ମିଶ୍ରିତ କର୍ମ କୁହାଯାଏ। ପ୍ର-୨୮-ସକାମ କର୍ମ କାହାକୁ କୁହାଯାଏ? ଉ-ଧନ, ମାନ, ସନ୍ତାନ, ପଦ, ପ୍ରତିଷ୍ଠା ପାଇବା ପାଇଁ ଯେଉଁ କର୍ମ କରାଯାଏ ତାହାକୁ ସକାମ କର୍ମ କୁହାଯାଏ। ପ୍ର-୨୯-ନିଷ୍କାମ କର୍ମ କାହାକୁ କୁହାଯାଏ? ଉ-ଅନ୍ୟର ହିତ ପାଇଁ ପରୋପକାର ର ଭାବନା ରଖି ଯେଉଁ କର୍ମ କରାଯାଏ ତାହାକୁ ନିଷ୍କାମ କର୍ମ କୁହାଯାଏ ବା ଫଳରେ ଆଶା ନରଖି ଇଶ୍ୱଙ୍କୁ ଅର୍ପଣ କରି ଯେଉଁ କର୍ମ କରାଯାଏ ତାହାକୁ ନିଷ୍କାମ କର୍ମ କୁହାଯାଏ। ପ୍ର-୩୦-ପୁଣ୍ୟ କର୍ମ ର ଉଦାହରଣ କଣ? ଉ-ନିଜେ ପଢି ଅନ୍ୟକୁ ପଢାଇବା ,ଇନ୍ଦ୍ରିୟ ସଂଯମ, ମାତା ପିତାଙ୍କ ସେବା,ଧର୍ମାଚରଣ ପରୋପକାର ଇତ୍ୟାଦି କୁ ପୁଣ୍ୟ କର୍ମ କୁହାଯାଏ। ପ୍ର-୩୧-ସବୁ ପାପର ମୂଳ କଣ ଟେ? ଉ-ପାପ ସବୁ ପାପର ମୂଳ ଲୋଭ ଅଟେ। ପ୍ର-୩୨-ବ୍ରହ୍ମା କାହାକୁ କୁହାଯାଏ? ଉ-ଚାରି ବେଦର ବିଦ୍ୱାନଙ୍କୁ ବ୍ରହ୍ମା କୁହାଯାଏ। ପ୍ରଶ୍ନ -୩୩- ଜୀବର ମୂଖ୍ୟ ଉଦେଶ୍ୟ କଣ? ଉ- ଜୀବର ମୂଖ୍ୟ ଉଦେଶ୍ୟ ଈଶ୍ୱର ପ୍ରାପ୍ତି। >ସମାପ୍ତ< ହରି ଓଁ ଜୟ ଜଗନ୍ନାଥ 🙏🙏🙏 ଓଡିଆ ଅନୁବାଦ ଦିବାକର ତ୍ରିପାଠୀ

+5 प्रतिक्रिया 0 कॉमेंट्स • 10 शेयर

+9 प्रतिक्रिया 1 कॉमेंट्स • 2 शेयर

+5 प्रतिक्रिया 0 कॉमेंट्स • 0 शेयर

+4 प्रतिक्रिया 0 कॉमेंट्स • 0 शेयर

My village Siva temple and hanuman temple night view....

+21 प्रतिक्रिया 0 कॉमेंट्स • 1 शेयर

AJJ BHARAT MATA NE MAHAN JANNAYAK RAJNITI KA BHISHMA, BHART KA RATN KO KHOYAHE..... UNKA AMAR ATTMMA KO SANTI MILE... R I P...

+4 प्रतिक्रिया 0 कॉमेंट्स • 1 शेयर