╲\╭┓ ╭ 🌹 ╯ *_जय श्री हरि_* ┗╯\╲☆ *_●•=======•❥_* *_✹•⁘••⁘•✹•⁘••⁘•⁘••⁘•✹•⁘••⁘•✹_ ✦✧✦✧ ┇ ┇ ┇ ┇ *_करूणा के सागर श्री हरि जी की_* ┇ ┇ ┇ ❁ *_असीम अनुकम्पा आप पर_* ┇ ┇ ✾ *_सदैव बनी रहे_* ┇ ✵ ♡ *✹•⁘••⁘•✹•⁘••⁘•⁘••⁘•✹•⁘••⁘•✹* 🧾 *_आज का पंचाग_* 🧾 *_सोमवार 25 मई 2020_* *_रुद्र गायत्री मंत्र : ॐ तत्पुरुषाय विद्महे महादेवाय धीमहि, तन्नो रुद्रः प्रचोदयात् ॥_* *_।। आज का दिन मंगलमय हो ।।_* 🌌 *_दिन (वार) - सोमवार के दिन क्षौरकर्म अर्थात बाल, दाढ़ी काटने या कटाने से पुत्र का अनिष्ट होता है शिवभक्ति को भी हानि पहुँचती है अत: सोमवार को ना तो बाल और ना ही दाढ़ी कटवाएं । जीवन में शुभ फलो की प्राप्ति के लिए हर सोमवार को शिवलिंग पर पंचामृत या मीठा कच्चा दूध एवं काले तिल चढ़ाएं, इससे भगवान महादेव की कृपा बनी रहती है परिवार से रोग दूर रहते है ।_* 🌐 *_विक्रम संवत् – 2077.संकल्पादि में प्रयुक्त होनेवाला संवत्सर – प्रमादी._* ☸️ *_शक संवत - 1942_* ☣️ *_अयन - उत्तरायण_* ⛈️ *_ऋतु - सौर ग्रीष्म ऋतु_* 🌤️ *_मास - ज्यैष्ठ माह_* 🌖 *_पक्ष - शुक्ल पक्ष_* 📆 *_तिथि – द्वितीया 01:01 AM बजे तक उपरान्त तृतीया तिथि है।_* 💫 *_नक्षत्र – मृगशिरा 06:10 AM तक उपरान्त आर्द्रा नक्षत्र है।_* 🔔 *_योग – धृति 05:55 AM तक उपरान्त शूल योग है।_* ⚡ *_करण – कौलव 01:01 AM तक उपरान्त तैतिल 13:14 PM तक उपरान्त गर करण है।_* ✨ *_द्वितीय करण: गर - 25:18 तक_* 🌙 *_चन्द्रमा – मिथुन राशि पर।_* 🌞 *_सूर्योदय – प्रातः 06:00:05_* 🌅 *_सूर्यास्त – सायं 19:10:01_* 🤖 *_राहुकाल (अशुभ) – दोपहर 07:30 बजे से 09:00 बजे तक।_* 🔥 *_गुलिक काल: 14:00 - 15:42_* 🔯 *_विजय (शुभ) मुहूर्त – दोपहर 12.23 बजे से 12.47 बजे तक।_* ⚜️ *_दिशाशूल – सोमवार को पूर्व दिशा की यात्रा नहीं करनी चाहिये, यदि अत्यावश्यक हो तो कोई दर्पण देखकर घर से प्रस्थान कर सकते है।_* ❄️ *_पर्व व त्यौहार :- रंभावर्त, महाराणा प्रताप जयंती, रमजान ईद, मुस्लिम सव्वाल मासारंभ_* ⚛️ *_शुभ मुहूर्त : महाराणा प्रताप जयंती, ईदुल फितर (ईद)_* 👫🏻 *_विवाह : आज कोई विवाह मुहूर्त नहीं है।_* ✍🏼 *_विशेष – तृतीया तिथि में नमक एवं चतुर्थी को मूली का दान तथा भक्षण दोनों त्याज्य माना गया है। चतुर्थी को मूली एवं तिल का दान तथा भक्षण दोनों त्याज्य बताया गया है। तृतीया तिथि एक सबला और आरोग्यकारी तिथि मानी जाती है। इसकी स्वामी माता गौरी और कुबेर देवता हैं, जया नाम से विख्यात यह तिथि शुक्ल पक्ष में अशुभ तथा कृष्ण पक्ष में शुभफलदायिनी मानी जाती है।_* 🗽 *_वास्तु टिप्स_* 🗼 *_अगर आपके दाम्पत्य संबंधों में किसी प्रकार का तनाव चल रहा है या आप अपने जीवनसाथी के साथ जैसा रिश्ता चाहते हैं, वैसा नहीं बन पा रहा है। तो इसके लिये अपने शयनकक्ष (बेडरूम) में दो हंसों के जोड़े का सुंदर-सा चित्र या तस्वीर लगाएं। तस्वीर के बजाय आप मूर्ति भी लगा सकते हैं। दो हंसों का जोड़ा बार-बार देखने से मन में एक-दूसरे के प्रति प्यार और लगाव बढ़ता है। वहीं अगर आप अपनी आर्थिक स्थिति और अच्छी करना चाहते हैं, घर में धन सम्पदा और समृद्धि में बढ़ोतरी करना चाहते हैं तो उसके लिये हंसों के जोड़े के स्थान पर बड़ी-सी एक हंस की तस्वीर लगाएं। इससे आपके घर में पैसों की आवक बनी रहेगी।_* ➡️ *_जीवनोपयोगी कुंजियां_* ⚜️ *_विघनो और मुसीबते दूर करने के लिए_* *_हर महीने के शुक्ल पक्ष की चतुर्थी ( पूनम के बाद की ) के दिन सुबह में गणपतिजी का पूजन करें और रात को चन्द्रमा में गणपतिजी की भावना करके अर्घ्य दें और ये मंत्र बोलें :_* *_ॐ गं गणपते नमः ।_* *_ॐ सोमाय नमः ।_* *_- शिव पुराण_* 🍩 *_आरोग्य कुंजियां_* ☘️ *_सोमवार_* *_स्किन को मॉइस्चराइज करें। इसके लिए आप खीरा और एलोवेरा का इस्तेमाल कर सकते हैं। इसके लिए एक बाउल में 1 चम्मच एलोवेरा जैल और 1 चम्मच खीरा का पल्प लें। इसे अच्छी तरह से मिक्स करके अपने चहेर पर लगाएं। करीब 30 मिनट लगा रहने के बाद साफ पानी से चेहरा को धो लें। इससे ड्राई स्किन में लाभ मिलेगा। आप चाहे तो इस दिन सिर्फ दही का भी इस्तेमाल कर सकते है।_* 🕯️ *_गुरु भक्ति योग_* 🙏🏼 *_मित्रों, जिस व्यक्ति का जन्म सोमवार को होता है, वो जातक शांत प्रवृत्ति के गौर वर्ण लिए हुये होते हैं। सोमवार चन्द्र प्रधान दिन होता है, इसलिये इस जातक में कल्पनाशीलता, दया भाव, नम्रता के गुण परिलक्षित होते हैं। माता के प्रिय एवं सद्गुणों से युक्त ये जातक कवि ह्रदय, सफेद वस्तुओं से लाभ पाने वाला, यात्रा का शौकीन, जलाशयों एवं प्रकृति का प्रेमी होता है।_* *_सोमवार को जन्म लेने वाला व्यक्ति बुद्धिमान होता है।_*इनकी प्रकृति यानी इनका स्वभाव शान्त होता है। इनकी वाणी मधुर और मोहित करने वाली होती है। ये स्थिर स्वभाव वाले होते हैं सुख हो या दु:ख सभी स्थिति में ये समान रहते हैं। धन के मामले में भी ये भाग्यशाली होते हैं तथा इन्हें सरकार एवं समाज से मान-सम्मान मिलता है।_* *_इस दिन जन्‍म लेने वाले जातक को पर्यावरण के क्षेत्र में, समुद्र विज्ञान के क्षेत्र में, पानी से जुड़े रोजगार जैसे मत्‍स्‍य पालन या मछली का व्‍यवाय, पत्‍थरों का व्‍यवसाय, कपड़े का व्‍यवसाय अधिक फलता है। इनके लिए सफेद रंग सदा शुभकारी होता है इसलिए कैरियर के लिहाज से आप जहां भी जायें सफेद रुमाल अपनी जेब में रखें और उस क्षेत्र को ही चुने जिसमें सफेद रंग की प्रधानता हो, जैसे पानी, कपड़ा, फूल, पत्‍थर आदि से जुड़ा व्‍यवसाय।_* •··············••●◆❁✿❁◆●••·············· ⚜️ *_तृतीया तिथि केवल बुधवार की हो तो अशुभ मानी जाती है अन्यथा इस तिथि को सभी शुभ कार्यों में लिया जा सकता है। आज माता गौरी की पूजा करके व्यक्ति अपनी मनोवाँछित कामनाओं की पूर्ति कर सकता है। आज एक स्त्री माता गौरी की पूजा करके अचल सुहाग की कामना करे तो उसका पति सभी संकटों से मुक्त हो जाता है। आज भगवान कुबेर जी की विशिष्ट पूजा करनी चाहिये। देवताओं के कोषाध्यक्ष की पूजा आज तृतीया तिथि को करके मनुष्य अतुलनीय धन प्राप्त कर सकता है।_* *_मित्रों, तृतीया तिथि में जन्म लेने वाला व्यक्ति मानसिक रूप से अस्थिर होता है अर्थात उनकी बुद्धि भ्रमित होती है। इस तिथि का जातक आलसी और मेहनत से जी चुराने वाला होता है। ये दूसरे व्यक्ति से जल्दी घुलते मिलते नहीं हैं बल्कि लोगों के प्रति इनके मन में द्वेष की भावना भी रहती है। इनके जीवन में धन की कमी रहती है, इन्हें धन कमाने के लिए काफी मेहनत और परिश्रम करना पड़ता है।_* 🖌 *_””सदा मुस्कुराते रहिये””_* ●▬▬▬▬▬ஜ۩۞۩ஜ▬▬▬▬▬●

+3 प्रतिक्रिया 0 कॉमेंट्स • 0 शेयर

*🙏 🚩📖 ଗୀତା ପାଠ📖 🚩🙏* *☸️ॐ ଶ୍ରୀ ପରମାତ୍ମନେ ନମଃ☸️* 🌺❗🔥🔯🕉️🔯🔥❗🌺 *☀️🎯ଜ୍ଞାନ ବିଜ୍ଞାନ ଯୋଗଃ🎯☀️* *🌞ଅପି ଚେଦସି ପାପେଭ୍ୟ* *🚩 ସର୍ବେଭ୍ୟୋ ପାପକୃତ୍ତମ* *🔱ସର୍ବ ଜ୍ଞାନପ୍ଳବେନୈବ* *🔥ବୃଜିନଂ ସନ୍ତରିଷ୍ୟସି* *।୦୪/୩୬।* 👉 👉👉👉👉 *ଶବ୍ଦାର୍ଥ:-ଯଦି ତୁମେ ସମସ୍ତ ପାପୀଙ୍କଠାରୁ ବି ଅଧୁକ ପାପୀ ହୋଇଥାଅ ; ତଥାପି ଜ୍ଞାନରୂପୀ ନୌକାଦ୍ଵାରା ତୁମେ ନିଃସନ୍ଦେହରେ ସମସ୍ତ ପାପ - ସମୁଦ୍ରକୁ ଉତ୍ତମ ରୂପେ ପାର ହୋଇଯିବ।୦୪/୩୬।* ✍️✍️✍️✍️✍️✍️✍️✍️ *ବ୍ୟାଖ୍ୟା:-ପାପୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ୧ ) ପାପକୃତ୍– ପାପାଚରଣକାରୀ । ୨ ) ପାପକୃତ୍ତର- ଦୁଇଜଣ ପାପୀଙ୍କ ମଧ୍ୟରେ ଅଧୁକ ପାପୀ । ୩ ) ପାପକୃତ୍ତମ- ପାପୀମାନଙ୍କ ମଧ୍ୟରେ ସର୍ବାଧିକ ପାପୀ। ଏହି ତିନି ଶ୍ରେଣୀର ପାପୀ ଜ୍ଞାନ ସାହାଯ୍ୟରେ ସମସ୍ତ ପାପରୁ ମୁକ୍ତ ହୋଇଯିବ । ନୂତନ ପାପ ଯେତେ ପ୍ରତିବନ୍ଧକ ସୃଷ୍ଟି କରେ , ପୁରାତନ ପାପ ସେତେ କରେ ନାହିଁ । ତଜ୍ଞାନ ପ୍ରାପ୍ତିର ଜିଜ୍ଞାସା ହୋଇଗଲେ ପାପନାଶ ହେବାରେ ବିଳମ୍ବର ପ୍ରଶ୍ନ ନାହିଁ । ପ୍ରକୃତିର କାର୍ଯ୍ୟ ଶରୀର ଓ ସଂସାର ସହିତ ସମ୍ବନ୍ଧ ଯୋଗୁଁ ସମସ୍ତ ପାପ ହୁଏ । ତଜ୍ଞାନ ପରେ ଶରୀର ଓ ସଂସାରରୁ ସମ୍ବନ୍ଧ ଛିନ୍ନ ହୋଇଗଲେ ପାପ ତିଷ୍ଠି ରହିବ କିପରି ? ସ୍ବତଃସିଦ୍ଧ ପରମାତ୍ମାଙ୍କ ସହିତ ଏକ ହୋଇଯିବା ହିଁ ଜ୍ଞାନପୁବ , ଅର୍ଥାତ୍ ଜ୍ଞାନରୂପକ ନୌକାରେ ଆରୁଜ ହେବା । ଏହି ଜ୍ଞାନରୂପକ ନୌକା କେବେ ଭାଙ୍ଗିରୁଜି ଯାଏ ନାହିଁ , ଏଥିରେ କେବେ ଛିଦ୍ର ହୁଏ ନାହିଁ ବା କେବେ ବୁଡ଼େ ନାହିଁ । ଏହା ମନୁଷ୍ୟର ପାପ କୁ ସମୁଳେ ନଷ୍ଟ । ଜ୍ଞାନଯଜ୍ଞ ଦ୍ବାରା ହିଁ ଜ୍ଞାନ ରୂପକ ନୌକା ପ୍ରାପ୍ତ ହୁଏ । ଏହି ଜ୍ଞାନଯଜ୍ଞ ସର୍ବପ୍ରଥମେ ବିବେକକୁ ଆଧାରିତ କରିଚାଲେ ଏବଂ ପରିଶେଷରେ ତତ୍ତ୍ୱଜ୍ଞାନରେ ପୂର୍ଣ୍ଣହୁଏ । ଜ୍ଞାନ ପ୍ରାପ୍ତିର ମୁଖ୍ୟ ବାଧା ନାଶବାନ୍ ସୁଖର ଆସକ୍ତି । ପ୍ରତ୍ୟେକ ସାଧକ ପାଇଁ ଶ୍ରଦ୍ଧା , ବିଶ୍ବାସ ଓ ବିବେକ ଆବଶ୍ୟକ । କର୍ମ ଓ ଜ୍ଞାନଯୋଗରେ ବିବେକ ମୁଖ୍ୟ ଏବଂ ଭକ୍ତିଯୋଗରେ ଶ୍ରଦ୍ଧା ଓ ବିଶ୍ୱାସ ମୁଖ୍ୟ । କର୍ମଯୋଗରେ ଶାନ୍ତିପ୍ରାପ୍ତ ହୁଏ। ଜ୍ଞାନଯୋଗରେ ପରମଶାନ୍ତି ପ୍ରାପ୍ତ ହୁଏ ।* 🙏⛳🔥‼️🕉️‼️🔥⛳🙏 *।। ॐ ଶ୍ରୀ ପରମାତ୍ମନେ ନମଃ।।* 🔱🌞🏹‼️🕉️‼️🔱🌞🔱 *🚩🔥।ଶ୍ରୀମଦ ଭଗବତ ଗୀତା-୦୪/୩୫।🔥🚩* 👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ ।୧୮/୬୮ 🙏🙏🙏🙏🙏🙏🙏🙏🙏🙏

+4 प्रतिक्रिया 0 कॉमेंट्स • 0 शेयर

*ଭାଗବତ କଥା........୧୨* *ନାରଦ କାହିଁକି ନଳକୁବେର ଓ ମଣିଗ୍ରୀବକୁ ଅଭିଶାପ ଦେଲେ ।* *ଦିନେ ଦଧି ମନ୍ଥନରେ ବ୍ଯବହୃତ ଉଦୂଖଳରେ କୃଷ୍ଣଙ୍କୁ ବାନ୍ଧି ଦେଇ ମା'ଯଶୋଦା ଗୃହକାର୍ଯ୍ୟରେ ବ୍ଯସ୍ତ ରହିଲେ । ହଠାତ୍ କୃଷ୍ଣଙ୍କର ଦୃଷ୍ଟି ପଡିଲା ଅଗଣାରେ ଥିବା ଦୁଇଟି ଅର୍ଜ୍ଜୁନ ଗଛ ଉପରେ । ସେ ଉଦୂଖଳକୁ ଟାଣି ଟାଣି ଗଛ ଦୁଇଟି ନିକଟକୁ ଆଗେଇଲେ ଧୀରେ ଧୀରେ । ଗଛ ଦୁଇଟିର ମଝିରେ ଉଦୂଖଳଟି ଅଟକି ଗଲା । ତଥାପି ସେ ଟାଣିବାରେ ଲାଗିଛନ୍ତି । ମଡ଼ ମଡ଼ ଶବ୍ଦ କରି ଗଛ ଦୁଇଟି ଭାଙ୍ଗିପଡିଲା ଏବଂ ତା ମଧ୍ଯରୁ ବାହାରି ଆସିଲେ ଦୁଇଜଣ ଗୌରବର୍ଣ୍ଣ ଦେବମୂର୍ତ୍ତି । ସେମାନେ କରଯୋଡି ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହିଲେ-ହେ ପ୍ରଭୁ,ଆମେ ହେଉଛୁ ଶିବଙ୍କର ଅନୁଚର । ଦେବର୍ଷି ନାରଦଙ୍କ ଅନୁଗ୍ରହରୁ ଆଜି ଆମେ ମୁକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଦର୍ଶନ ଲାଭ କଲୁ । ହେ ଭଗବାନ,ଆପଣଙ୍କୁ କୋଟି ପ୍ରଣାମ । ଏହା କହି ସେମାନେ ଅଦୃଶ୍ୟ ହୋଇଗଲେ ।* *ପରୀକ୍ଷିତ ମହାରାଜା ଶ୍ରୀଶୁକଦେବଙ୍କୁ ପ୍ରଶ୍ନ କଲେ,ହେ ମୁନିବର,ଏ ଦୁହେଁ କାହା ଅଭିଶାପ ଯୋଗୁଁ ଏପରି ବୃକ୍ଷ ରୂପେ ଜନ୍ମ ହୋଇଥିଲେ ? ଶୁକଦେବ କହିଲେ, ହେ ରାଜନ୍,ଏ ଦୁଇଜଣ ହେଉଛନ୍ତି ନଳକୁବେର ଓ ମଣିଗ୍ରୀବ । ଏମାନେ ଥିଲେ ମହାଦେବଙ୍କର ପାର୍ଶ୍ବଚର । ଶିବଙ୍କର ନିକଟତର ହୋଇଥିବା ଯୋଗୁଁ ଏମାନେ ଗର୍ବ ଓ ଅହଂକାରରେ ଧରାକୁ ସରା ଜ୍ଞାନ କରୁଥିଲେ । ଦିନେ ଏ ଦୁହେଁ ମଦମତ୍ତ ଅବସ୍ଥାରେ କୈଳାସ ପର୍ବତର ମନ୍ଦାକିନୀ ନଦୀରେ ସ୍ନାନ କରୁଥିବା ଅବସ୍ଥାରେ ସେହି ପଥ ଦେଇ ଦେବର୍ଷି ନାରଦ ଯାଉଥିଲେ । ନାରଦଙ୍କୁ ଦେଖି ସୁଦ୍ଧା ଏମାନେ ସେହିପରି ଉଲଗ୍ନ ଅବସ୍ଥାରେ ରହିଥିବାରୁ ନାରଦ,ଏ ଦୁହିଁଙ୍କର ଏତାଦୃଶ ଔଦ୍ଧତ୍ଯ ଆଚରଣ ଦେଖି ଶାସ୍ତି ଦେବା ପାଇଁ ଅଭିଶାପ ଦେଇ କହିଲେ, ତୁମର ଏପରି ଅଶାଳୀନ ବ୍ଯବହାର ଯୋଗୁଁ ତୁମେ ବୃକ୍ଷ ହୋଇ ଜନ୍ମ ହେବ । କିନ୍ତୁ ତୁମର ଏ ଜନ୍ମର ସ୍ମୃତି ଲୋପପାଇବ ନାହିଁ ।* *ନାରଦଙ୍କ ଅଭିଶାପ ଶୁଣି ନଳକୁବେର ଓ ମଣିଗ୍ରୀବ,ନିଜର ମନ୍ଦ ଆଚରଣ ସକାଶେ ଘୋର ଅନୁତପ୍ତ ହୋଇ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । ନାରଦ ଏମାନଙ୍କର କାତର ପ୍ରାର୍ଥନା ଶୁଣି ଦୟାର୍ଦ୍ର ହୋଇ କହିଲେ, ତୁମେ ଭଗବାନଙ୍କର ସ୍ପର୍ଶ ଲାଭ କଲେ ମୁକ୍ତି ପାଇବ । ଏହା ପରେ ନଳକୁବେର ଓ ମଣିଗ୍ରୀବ ଦୁଇଟି ବୃକ୍ଷରୂପେ ଗୋପପୁରରେ ନନ୍ଦ ରାଜାଙ୍କ ଗୃହ ପ୍ରାଙ୍ଗଣ ମଧ୍ଯରେ ଆବିର୍ଭୂତ ହେଲେ । ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ପର୍ଶ ଲାଭ କରି ଏ ଦୁହେଁ ମୁକ୍ତି ଲାଭ କରିଥିଲେ ।* *ଏପରି ଅନେକ ଅଲୌକିକ ଘଟଣା ଘଟିବାରେ ଲାଗିଥାଏ । କିନ୍ତୁ ଈଶ୍ବରଙ୍କର ଏପରି ମାୟା ଯେ ମା' ଯଶୋଦା ଏସବୁ ଦେଖି କ୍ଷଣକ ପାଇଁ ଚକିତ ହୋଇ ଯାଇ ପରମୁହୂର୍ତ୍ତରେ ପୁତ୍ରଜ୍ଞାନରେ ସବୁ ଭୁଲି ଯାଉଥାନ୍ତି ।*

+5 प्रतिक्रिया 0 कॉमेंट्स • 0 शेयर

*☘️🌸🌼🙏ଆଜିର ଭାଗବତ ବାଣୀ🙏🌼🌸☘️* *ଅତି ସହଜରେ ଭଗବତ୍ ସାକ୍ଷାତକାର ପାଇଯିବା ନିମନ୍ତେ ସରଳହୃଦୟ ଅଜ୍ଞାନୀ ଲୋକଙ୍କୁ ଭଗବାନ ନିଜ ଶ୍ରୀମୁଖରେ ଯେଉଁ ଉପାୟ କହିଦେଇଛନ୍ତି , ତାକୁହିଁ ଭାଗବତଧର୍ମ କୁହାଯାଏ । ଭାଗବତଧର୍ମ ଅବଲମ୍ବନ କଲେ ମନୁଷ୍ୟର କେବେ ବି ବିଘ୍ନ ଘଟେ ନାହିଁ ; ଏପରିକି, ଆଖି ବୁଜି ଧାଇଁଲେ ବି ଅର୍ଥାତ୍ ବିଧିବିଧାନରେ ତୃଟି ହୋଇଗଲେ ବି ସେ ସ୍ଖଳିତ ହୁଏ ନାହିଁ , କି ଫଳପ୍ରାପ୍ତିରୁ ବଞ୍ଚିତ ହୁଏ ନାହିଁ । ମନୁଷ୍ୟ ନିଜର ଶରୀର, ବାଣୀ,ମନ,ଇନ୍ଦ୍ରିୟ, ବୁଦ୍ଧି ଓ ଅହଙ୍କାରଦ୍ବାରା ଅଥବା ନିଜର ସ୍ବଭାବ ଅନୁସାରେ ଯାହା କିଛି କର୍ମ କରେ ,ସେହି ସବୁକୁ ଭଗବାନଙ୍କ ପାଖରେ ସମର୍ପଣ କରିଦେବା ହିଁ ଭାଗବତଧର୍ମ ପାଳନର ସବୁଠାରୁ ସରଳ ଉପାୟ ।* *।। ୧୧/୨/୩୪-୩୬ ।।* *ଗୀତା ଜ୍ଞାନ* *ଭଗବାନ ଜୀବକୁ ସମସ୍ତ ଜନ୍ମର ସମାପ୍ତି ଘଟାଉଥିବା ଏହି ମନୁଷ୍ୟଶରୀର ଦେଇ ସ୍ବାଧୀନତା ପ୍ରଦାନ କରିଛନ୍ତି ଯେ ସେ ଜୀବନଯାକ ସାଧନା କରି, ତାଙ୍କର ଶରଣାପନ୍ନ ହୋଇ ଆଗକୁ ହେବାକୁ ଥିବା ସମସ୍ତ ଜନ୍ମକୁ ସମାପ୍ତ କରିଦେଉ ଓ ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଉ । ସେ କହୁଛନ୍ତି, ଯଦି ଜୀବନକାଳରେ ମଧ୍ୟ ଏହି ଚେତା ନ ପଶିଲା , ଅନ୍ତତଃ ଶେଷସମୟରେ ମୋତେ ସ୍ମରଣ କରିନେଲେ ମୋତେ ପାଇଯିବ ।* ◆◆◆◆◆◆◆ 🕉️ 🙏 *ଶ୍ରୀ ଜଗନ୍ନାଥ ଶରଣଂ*🙏

+3 प्रतिक्रिया 0 कॉमेंट्स • 0 शेयर

+3 प्रतिक्रिया 0 कॉमेंट्स • 0 शेयर

*🕉️ଆଜିର ଆଧ୍ୟାତ୍ମିକ କଥା ବସ୍ତୁ-୬୦🕉️* *ଆଜି ଆସନ୍ତୁ ଜାଣିବା ( ଦର୍ଶନୀୟ ସ୍ଥାନ ପାତାଳୀ ଶ୍ରୀକ୍ଷେତ୍ର ର ଐତିହାସିକ ମହତ୍ଵ) ସମ୍ବନ୍ଧରେ।।* *ସୌଜନ୍ୟ : ଜୟ ଶ୍ରୀ କୃଷ୍ଣ 👇👇👇👇👇👇👇👇👇👇👇👇 *ଇତିହାସ :-* ଷଷ୍ଠ ଶତାବ୍ଦୀ ଅର୍ଥାତ୍ ୫୮୮ ଖ୍ରୀ:ଅ:ରେ ଓଡ଼ିଶାରେ ଶ୍ରୀଶୋଭନ ଦେବ ବା ଶୁଭାକର ଦେବ କେଶରୀ ବଂଶର ରାଜା ରାଜୁତି କରୁଥିଲେ । ତାଙ୍କ ରାଜତ୍ୱ କାଳରେ ଭାରତରେ ହୁଣ ଓ ଶକମାନଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ତାଙ୍କ ରାଜତ୍ୱ କାଳରେ ରକ୍ତବାହୁ ନାମକ ଜଣେ ଯବନ ସେନାପତି ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ଯବନମାନଙ୍କ ଆକ୍ରମଣକୁ ପ୍ରତିହତ କରିନପାରି ସେ ଠାକୁରମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ଡଙ୍ଗାରେ ବସାଇ ମହାନଦୀ ପଥରେ ସୋନପୁର ରାଜ୍ୟକୁ ନେଇ ଯାଇଥିଲେ । ସେଠାରେ ତତ୍କାଳୀନ ରାଜାଙ୍କ ସହାୟତାରେ ଠାକୁରମାନଙ୍କୁ ହାତୀ ପିଠିରେ ଲଦି ଗୋପାଲୀ ଗ୍ରାମକୁ ନେଇ ଯାଇଥିଲେ । ସେତେବେଳେ ଶୋଭନ ଦେବଙ୍କର ରାଜତ୍ୱର ଦ୍ୱିତୀୟ ଅଙ୍କ ଚାଲୁଥିଲା । ହାତୀ ପିଠିରେ ଠାକୁରମାନଙ୍କୁ ବସାଇ ସେବକମାନେ ଘୋର ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ । ବାଟବଣା ହୋଇ କେଉଁ ଦିଗକୁ ଯିବେ କିଛି ଠିକ୍ କରିନପାରି ସେବକମାନେ କାନ୍ଦିବାକୁ ଲାଗିଲେ । ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥାଏ । ହଠାତ ସେମାନେ ଦେଖିଲେ ତ୍ରିକୂଟ ପାହାଡ଼ ଉପରୁ ଏକ ଉଜ୍ଜ୍ୱଳ ଆଲୋକର ଶିଖା, ସତେ ଯେମିତି ସେମାନଙ୍କୁ ତା'ର ଶିଖା ମାଧ୍ୟମରେ ହାତଠାରି ଡାକୁଥିଲା ସେହିବାଟେ ଯିବା ପାଇଁ । ଅନ୍ଧକାର ରାତି ପୁଣି ଘୋର ଜଙ୍ଗଲ । ସେବକମାନେ ଆଗକୁ ଯାଇ ନପାରି ସକାଳ ହେବା ପର୍ଯ୍ୟନ୍ତ ସେହିଠାରେ ଅପେକ୍ଷା କରିରହିଥିଲେ । ସକାଳ ହେବାପରେ ସେବକମାନେ ସେହି ଆଲୋକ ଆସୁଥିବା ଦିଗକୁ ଆଗେଇ ଚାଲିଲେ ଓ ଶେଷରେ ଯାଇ ପହଞ୍ଚିଲେ ଦାରୁକୋଣ ଗୁମ୍ଫା ନିକଟରେ । ସେହି ଗୁମ୍ଫା ମଧ୍ୟରେ ତିନିଠାକୁରଙ୍କୁ ରଖା ଗୁମ୍ଫା ଦ୍ୱାରକୁ ପଥର ଦ୍ୱାରା ବନ୍ଦ କରି ଦେଇ ମାଟି ଲିପି ଦେଲେ ଓ ସାମ୍ନାରେ ଚିହ୍ନ ସ୍ୱରୂପ ଏକ ବରଗଛ ଲଗାଇ ଦେଲେ । କାଳକ୍ରମେ ବରଗଛଟି ବଡ଼ ହୋଇ ସମଗ୍ର ଗୁମ୍ଫାଟିକୁ ମାଡ଼ି ବସିଥିଲା, ତେଣୁ ଏହାର ନାମ ଦାରୁକୋଣ ଗୁମ୍ଫା ହୋଇଗଲା । ଦାରୁ ଆଦବିାସୀ ଶବ୍ଦ, କୋଣ ଅର୍ଥାତ ଗୁମ୍ଫାଟି ପାହାଡ଼ର ଗୋଟିଏ କୋଣରେ ଥିବାରୁ ତାର ନାମ "ଦାରୁକୋଣ' ବୋଲି ଲୋକ ମୁଖରେ ପ୍ରଚଳିତ । ଶୋଭନକର ଦେବଙ୍କ ପରେ ଚନ୍ଦକ୍ରର ଦେବ ରାଜା ହେଲେ । ତାଙ୍କ ରାଜତ୍ୱ କାଳରେ ମଧ୍ୟ ଠାକୁରମାନଙ୍କୁ ଠାବ କରାଯାଇପାରିଲା ନାହିଁ । ଏହିପରି ଭାବରେ ଠାକୁରମାନେ ସେଇ ତ୍ରିକୂଟ ପାହାଡ଼ର ଗୁମ୍ଫାରେ ୧୪୪ ବର୍ଷ ପର୍ଯ୍ୟନ୍ତ ପାତାଳୀ ହୋଇ ରହିଥିଲେ । ଯବନମାନେ କ୍ରମେ କ୍ରମେ ଦୁର୍ବଳ ହୋଇଯିବାରୁ ଯଯାତି କେଶରୀ ରାଜା ହେଲେ । ତାଙ୍କର ୧୧ ଅଙ୍କରେ ସେ ସନ୍ନ୍ୟାସୀ ବ୍ରହ୍ମଚାରୀମାନଙ୍କୁ ଡାକି ପଚାରିଲେ "ଓଡ଼ିଶା ରାଜାର ପ୍ରଭୁ ଜଗନ୍ନାଥ ମହାପ୍ରଭୁ କେଉଁଠାରେ ଅଛନ୍ତି, ସାଧୁ ସନ୍ନ୍ୟାସୀମାନେ କହିଲେ ମୋଗଲ ଗୋଳ ହୋଇଲାରୁ ସମୁଦ୍ର ଥୋକାଏ ଦୂର ମାଡ଼ି ଆସିଲା (ମାଦଳା ପାଞ୍ଜି ଅନୁସାରେ) । ଠାକୁରମାନଙ୍କୁ ସୁରକ୍ଷା ଦେବାରେ ସମ୍ଭବପର ନହେବାରୁ ରାଜା ପରମେଶ୍ୱରଙ୍କୁ ନୌକାରେ ବସାଇ ମହାନଦୀ ଜଳପଥରେ ସୋନପୁର ଆଡ଼େ ବିଜେ କରାଇଲେ । ତାହାପରେ କ'ଣ ହେଲା ଆମର ଜ୍ଞାତବ୍ୟ ନାହିଁ ।' ଯଯାତି କେଶରୀ ମହାରାଜା ସୋନପୁର ପର୍ଯ୍ୟନ୍ତ ଆସି ଖଣ୍ଡାୟତମାନଙ୍କୁ ପଚାରନ୍ତେ ଠାକୁରମାନେ ପାତାଳୀ ହୋଇଥିବା ସେମାନଙ୍କଠାରୁ ଶୁଣିଲେ କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାତାଳୀ ହୋଇଛନ୍ତି କେହି କହିପାରିଲେ ନାହିଁ । ତହୁଁ ଯଯାତି କେଶରୀ ଗୋପାଲୀ ଗ୍ରାମକୁ ଯାଇ ଲୋକମାନଙ୍କୁ ପଚାରନ୍ତେ ସେମାନେ କହିଲେ ଠାକୁର କେଉଁଠାରେ ଅଛନ୍ତି ଆମର ଜ୍ଞାତବ୍ୟ ନାହିଁ । ହେଲେ ପାହାଡ଼ ଉପରେ ଥିବା ବରଗଛଟିକୁ ଆମର ବାପ ଅଜା ଅମଳରୁ ଦିଅଁବର ବୋଲି ପୂଜା କରି ଆସୁଅଛୁ। ପବର୍ପର୍ବାଣିରେ ଆମର ବାପ ଅଜା ଫୁ ଲଚନ୍ଦନ ଭୋଗରାଗ ଦେଇ ବରଗଛଟିକୁ ଭକ୍ତି ସହକାରେ ପୂଜା କରି ସାଷ୍ଟାଙ୍ଗ ପ୍ରଣାମ କରିଆସୁଥିବାର ଆମେ ଜାଣୁ । ଆମ୍ଭେମାନେ ମଧ୍ୟ ଆମର ବାପ ଅଜାଙ୍କ ପଦାଙ୍କ ଅନୁସରଣ କରି ଆସୁଛୁ । ଏହା ଶ୍ରବଣ କରନ୍ତେ, ଯଯାତି କେଶରୀଙ୍କ ମନରେ ସନ୍ଦେହ ଜାତ ହେଲା । ସେ ଗ୍ରାମବାସୀଙ୍କ ସହିତ ଛନ୍ଦିଆ ପାହାଡ଼ ଉପରକୁ ଯାଇ ଦିଅଁବର ବା ବରଗଛଟିକୁ କଟାଇ ଗୁମ୍ପା ମୁହଁକୁ ଖନନ କରାଇ ତିନି ଠାକୁରଙ୍କୁ ଉଦ୍ଧାର କଲେ । ତିନି ଠାକୁରଙ୍କ ଜିର୍ଣ୍ଣଶୀର୍ଣ୍ଣ ମୂର୍ତ୍ତିଙ୍କୁ ଘେନି ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳରେ ଦେଉଳ ତୋଳାଇ ପରମେଶ୍ୱରଙ୍କୁ ସେଠାରେ ବିଜେ କରାଇଲେ । ସେଥିପାଇଁ ତାଙ୍କୁ ଲୋକେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କହିଲେ । ମାଦଳା ପାଞ୍ଜିରୁ ଜଣାଯାଏ, ଯଯାତି କେଶରୀ ସୋନପୁରରୁ ତିନି ଠାକୁରଙ୍କୁ ମହାନଦୀର ଜଳପଥରେ ନୌକାରେ ବସାଇ ପୁରୀ ପର୍ଯ୍ୟନ୍ତ ଘେନି ଆସିଥିଲେ । ଠାକୁରମାନଙ୍କୁ ନିଆଯାଇଥିବା ଡଙ୍ଗାକୁ କୋଶଳୀ ଡଙ୍ଗା ବୋଲି ସେ ଅଞ୍ଚଳର ଲୋକମାନେ କୁହନ୍ତି । ଦେବସ୍ନାନ ପୂର୍ଣ୍ଣିମା ଦିନ କୋଶଳୀ ଡଙ୍ଗାରେ ମହାପ୍ରସାଦକୁ ଜଳରେ ରଖା ତାହାକୁ ବୈକୁଣ୍ଠ ତୋରାଣୀ ଭାବେ ଭକ୍ତମାନେ ପାନ କରନ୍ତି ଓ ଆନନ୍ଦରେ ଗାଇ ଉଠିଥାନ୍ତି - କୋଶଳୀ ଡଙ୍ଗାରେ ବିଜେ ବଢ଼ିଲା କୋଟ ସମଲାଇ ତୀରଥ ହେଲା । ଡଙ୍ଗା ତୋରାଣୀରେ ମଇତ ଫଳ ବୈକୁଣ୍ଠକୁ ମତି ମୁକତି ଜଳ । ସେ ଶ୍ରୀପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳରେ ୩୮ ହାତ ଉଚ୍ଚତା ବିଶିଷ୍ଟ ଏକ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କର ଯଥାବିଧି ପୂଜା ଉପାସନା କରାଇବାର ବ୍ୟବସ୍ଥା କଲେ । ଏହି ରାଜାଙ୍କ ସମୟରୁ ହିଁ ଠାକୁରମାନଙ୍କର ନବକଳେବର ଧାରଣ କରିବା ପ୍ରଥା ପ୍ରଚଳିତ ହୋଇ ଆସୁଅଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଭକ୍ତବୃନ୍ଦ, ଗବେଷକ, ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଉପରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିମାନେ ଏଠାକୁ ଆସି ଏ ଅଞ୍ଚଳ ବୁଲି ଯାଇଛନ୍ତି । ଏବେମଧ୍ୟ ତ୍ରିକୂଟ ପାହାଡ଼ ଉପରେ ଥିବା ଦାରୁକୋଣ ଗୁମ୍ଫାରୁ ସମୟ ସମୟରେ ଶଙ୍ଖଧ୍ଵନୀ ଶୁଣା ଯାଇଥିବାର ଲୋକମାନେ କୁହନ୍ତି

+6 प्रतिक्रिया 0 कॉमेंट्स • 1 शेयर

*ଭାଗବତ କଥା.......୧୧* *ଶ୍ରୀକୃଷ୍ଣଙ୍କ ଵନ୍ଧନ ଲୀଳା* *ମା'ଯଶୋଦ ରାଣୀ ହୋଇଥିଲେ ସୁଦ୍ଧା ନିଜ ହାତରେ ଅନେକ ଗୃହ କାର୍ଯ୍ୟ କରନ୍ତି । ଦିନେ ଯଶୋଦା ଦଧି ମନ୍ଥନ କରୁଥିବା ସମୟରେ କୃଷ୍ଣ ଆସି ମା'ଙ୍କୁ ବ୍ଯତିବ୍ଯସ୍ଥ କରି ପକାଇଲେ ଏବଂ ଦଧି ମନ୍ଥନ କରିଵାକୁ ଦେଲେ ନାହିଁ । ପୁତ୍ରକୁ ଭୁଲାଇବା ପାଇଁ ଯଶୋଦା କୃଷ୍ଣଙ୍କୁ କୋଳକୁ ନେଇ ସ୍ତନ୍ଯପାନ କରିଇବାକୁ ଲାଗିଲେ । ଏହି ସମୟରେ ସେ ଦେଖିଲେ ଯେ ଚୁଲିରେ ବସିଥିବା ହାଣ୍ଡିରୁ କ୍ଷୀର ଉତୁରି ପଡୁଛି । ସେ ହଠାତ୍ କୃଷ୍ଣଙ୍କୁ କୋଳରୁ ତଳକୁ ଉହ୍ଲାଇ ଦେଇ ଚୁଲି ପାଖକୁ ଧାଇଁ ଗଲେ । ମା' ମୋତେ କାହିଁକି ତଳକୁ ଉହ୍ଲାଇ ଦେଲେ ବୋଲି ରାଗିଯାଇ ସେ ଦଧିଭାଣ୍ଡଟିକୁ ଭାଙ୍ଗି ଦେଲେ । ମା'ରୋଷେଇ ଘରୁ ଆସି ଅଝଟ ପୁତ୍ରର ଏ କୀର୍ତ୍ତି ଦେଖି କ୍ରୋଧର ବାହାନା କରି ବାଡି ଧରି ବାଡେଇବାକୁ ଗୋଡାଇଲେ । ମା' ଗୋଡାଇ ଗୋଡାଇ ଥକି ଗଲେ, କିନ୍ତୁ କୃଷ୍ଣଙ୍କୁ ଧରିପାରିଲେ ନାହିଁ ।* *ମୁନିଋଷିମାନେ ଜପତପ କରି ଯାହାକୁ ଧରିପାରନ୍ତି ନାହିଁ, ତାଙ୍କୁ ଧରିବାକୁ ଧାଉଁଛନ୍ତି ମା' ଯଶୋଦା । ମା' ଥକିଯିବାର ଦେଖି ବାଳକ ଆପଣାଛାଏଁ ଧରା ଦେଇ ଖୁବ୍ ଭୟଭୀତ ହୋଇପଡିଥିବା ପରି ଛଳନା କଲେ ଏବଂ କାନ୍ଦ କାନ୍ଦ ହେଲେ । ଆରେ କହ୍ନେଇ ତୁ ଭାରି ଦୁଷ୍ଟ ହୋଇଛୁ,ତୋତେ ଆଜି ବାନ୍ଧି ରଖିବି । ତୁ ମୋତେ କୌଣସି କାମ କରାଇ ଦେଉ ନାହୁଁ । ଏହା କହି ଘର ଭିତରୁ ଦଉଡି ଆଣି ମା' ଯଶୋଦା କୃଷ୍ଣଙ୍କୁ ବାନ୍ଧିବାକୁ ଆରମ୍ଭ କଲେ । କିନ୍ତୁ ଏ କ,ଣ ? ବାନ୍ଧିବାକୁ ଦଉଡି ଅଣ୍ଟୁ ନାହିଁ । ଦୁଇ ଆଙ୍ଗୁଳି କମ ହେଉଛି । ଘରେ ଯେତେ ଦଉଡି ସବୁତକ ଆଣି ବାନ୍ଧିଲେ ବି ନିଅଣ୍ଟ ପଡୁଛି । କୃଷ୍ଣଙ୍କୁ ବାନ୍ଧି ନପାରି ଯଶୋଦା ଥକି ପଡିଲେ । ସେ ବଡ କ୍ଳାନ୍ତ ହୋଇ ବସି ପଡିଲେ । ଦେହସାରା ଝାଳରେ ବୁଡିଗଲା । ଏହା ଦେଖି ବାଳଗୋପାଳଙ୍କ ମନ ତରଳିଗଲା । ସେ ଦୟାକରି ମା' ଙ୍କର ବନ୍ଧନ ସ୍ବୀକାର କରିନେଲେ । ଭଗବାନ ଭକ୍ତର ପ୍ରେମ ବନ୍ଧନରେ ବାନ୍ଧି ହୋଇ ରହିବାକୁ ଭଲ ପାଆନ୍ତି । ବିଶ୍ବ ଯାହାଙ୍କର ବଶ, ସେ ପୁଣି ଭକ୍ତର ବଶ୍ଯତା ସ୍ବୀକାର କରନ୍ତି ।।*

+3 प्रतिक्रिया 0 कॉमेंट्स • 1 शेयर

*🙏 🚩📖 ଗୀତା ପାଠ📖 🚩🙏* *☸️ॐ ଶ୍ରୀ ପରମାତ୍ମନେ ନମଃ☸️* 🌺❗🔥🔯🕉️🔯🔥❗🌺 *☀️🎯ଜ୍ଞାନ ବିଜ୍ଞାନ ଯୋଗଃ🎯☀️* *🌞ଯଜଜ୍ଞାତ୍ବା ନ ପୁନର୍ମୋହ* *🚩ମେବ ଯାସ୍ୟସି ପାଣ୍ଡବ* *🔱 ଯେନ ଭୂତାନ୍ୟଶେଷେଣ* *🔥ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟି* *।୦୪/୩୫।* 👉 👉👉👉👉 *ଶବ୍ଦାର୍ଥ:-ସେହି ତତ୍ତ୍ୱଜ୍ଞାନ ଅନୁଭବ କଲାପରେ ତୁମେ ଆଉ ଏଭଳି ମୋହଗ୍ରସ୍ତ ହେବ ନାହିଁ , ଏବଂ ହେ ଅର୍ଜୁନ ! ତାହା ( ଜ୍ଞାନ ) ସାହାଯ୍ୟରେ ତୁମେ ସମସ୍ତ ପ୍ରାଣୀଙ୍କୁ ସର୍ବଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ'ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କ ଠାରେ ଦେଖିବ ।।।୦୪/୩୫।* ✍️✍️✍️✍️✍️✍️✍️✍️ *ବ୍ୟାଖ୍ୟା:-ଥରେ ତତ୍ତ୍ବ ଜ୍ଞାନ ଅନୁଭବ ହୋଇଗଲେ ପୁନଶ୍ଚ ମୋହ ଉତ୍ପନ୍ନ ହୁଏ ନାହିଁ , କାରଣ ମୋହର ବସ୍ତୁତଃ କୌଣସି ସତ୍ତା ନାହିଁ – ନାସତୋ ବିଦ୍ୟତେ ଭାବୀ ’ ( ଗୀତା ୨ । ୧୬ ) । ତତ୍ତ୍ୱଜ୍ଞାନ ଥରକ ପାଇଁ ହୁଏ ଓ ସବୁଦିନ ପାଇଁ ରହିଯାଏ । ପୃଥିବୀ ପୃଷ୍ଠରେ ଦିନ ପରେ ରାତି ଓ ରାତି ପରେ ଦିନ ହେବା ଏକ ସ୍ଵାଭାବିକ ନିୟମ । କିନ୍ତୁ ସୂର୍ଯ୍ୟଙ୍କ ଠାରେ ରାତ୍ରିର ପ୍ରବେଶ ନ ଥାଏ । ସେଠାରେ ଦିବାଲୋକଠାରୁ ମଧ୍ୟ ଅତ୍ୟନ୍ତ ଅଲୌକିକ ଜ୍ୟୋତିପୁଞ୍ଜ ନିରନ୍ତର ବିଦ୍ୟମାନ ରହିଥାଏ । ଠିକ୍ ସେହିପରି ତତ୍ତ୍ୱଜ୍ଞାନରୂପୀ ସୂର୍ଯ୍ୟ ନିକଟରେ ମୋହରୂପୀ ଅନ୍ଧକାର କଦାପି ପ୍ରବେଶ କରି ନାହିଁ , କରିବ ନାହିଁ କି କରିବା ସମ୍ଭବ ନୁହେଁ । କେବଳ ଜୀବ ଦୃଷ୍ଟିରେ ହିଁ ମୋହର ସତ୍ତା ରହିଛି । ଜୀବ ପରମାତ୍ମାଙ୍କର ଅନ୍ତର୍ଗତ — ମନୈବାଶୋ ଜୀବଲୋକେ ( ଗୀତା ୧୫ ।୭ ) ଏବଂ ଜଗତ୍ ଜୀବର ଅନ୍ତର୍ଗତ — ଯୟ ଧାର୍ଯ୍ୟତେ ଜଗତ ' ( ଗୀତା ୭ ।୫ ) । ତେଣୁ ସାଧକ ପ୍ରଥମେ ସମଗ୍ର ଜଗତକୁ ନିଜଠାରେ ଦେଖେ — ଦ୍ରକ୍ଷସ୍ୟାମୁନି ’ , ତପଶ୍ଚାତ୍ ନିଜକୁ ପରମାତ୍ମାଙ୍କ ଠାରେ ଦେଖେ– ‘ ଅଥୋ ମୟି । ଜଗତକୁ ନିଜଠାରେ ଦେଖିବା ଦ୍ଵାରା କିଞ୍ଚିତ୍ ସୂକ୍ଷ୍ମ ଅହମ୍ ଅବଶେଷ ରହିଯାଏ । ଏହା ଜନ୍ମ - ମରଣ ପ୍ରଦାୟକ ନ ହୋଇଥିଲେ ମଧ୍ୟ ଦାର୍ଶନିକ ମତପାର୍ଥକ୍ୟ ସୃଷ୍ଟି କରେ । ନିଜକୁ ପରମାତ୍ମାଙ୍କ ଠାରେ ଦେଖିଲେ ଅହମ୍ ସମ୍ପୂର୍ଣ୍ଣ ବିଲୀନ ହୋଇଯାଏ ଏବଂ ଏକମାତ୍ର ଚିନ୍ମୟ ସତ୍ତା ବ୍ୟତିରେକେ ଅନ୍ୟ କିଛି ଅନୁଭୂତ ହୁଏ ନାହିଁ ।* 🙏⛳🔥‼️🕉️‼️🔥⛳🙏 *।। ॐ ଶ୍ରୀ ପରମାତ୍ମନେ ନମଃ।।* 🔱🌞🏹‼️🕉️‼️🔱🌞🔱 *🚩🔥।ଶ୍ରୀମଦ ଭଗବତ ଗୀତା-୦୪/୩୫।🔥🚩* 👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ ।୧୮/୬୮ 🙏🙏🙏🙏🙏🙏🙏🙏🙏🙏

+5 प्रतिक्रिया 0 कॉमेंट्स • 0 शेयर